Categories: Home Leftଖେଳ

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଆସନ୍ତା ଜୁଲାଇରେ ୪୫ ବର୍ଷରେ ପାଦ ଦେବାକୁ ଯାଉଥିବା ଧୋନୀ ଆଗାମୀ ଆଇପିଏଲ୍‌ରେ ଉପଲବ୍ଧ ହେବେ ବୋଲି ଫ୍ରାଞ୍ଚାଇଜ ସୂତ୍ରରୁ ଜଣାପଡ଼ିଛି।

ଧୋନୀ ଏବେ ଚେନ୍ନାଇରେ ଅଛନ୍ତି ଏବଂ ସେ ଆଗାମୀ ସିଜନ ଲାଗି ଉପଲବ୍ଧ ଥିବା ଦର୍ଶାଇଛନ୍ତି। ସେ ସିଜନର ସମସ୍ତ ମ୍ୟାଚ୍‌ରେ ଖେଳିବେ କି ନାହିଁ, ତାହା ବର୍ତ୍ତମାନ ସ୍ପଷ୍ଟ କରାଯାଇ ପାରିବ ନାହିଁ ବୋଲି ଫ୍ରାଞ୍ଚାଇଜ ସୂତ୍ରରୁ କୁହାଯାଇଛି। ଗତ ଦୁଇ ସିଜନରେ ଇମ୍ପାକ୍ଟ ଖେଳାଳିଙ୍କ ନିୟମ ଯୋଗୁ ଧୋନୀ ଖୁବ କମ୍‌ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ
ଓହ୍ଲାଇଥିଲେ। ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ୩ ଉଇକେଟକିପର ବ୍ୟାଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ, ଉର୍ଭିଲ ପଟେଲ ଓ କାର୍ତ୍ତିକ ପଟେଲଙ୍କ ଭଳି ଉଇକେଟକିପର ବ୍ୟାଟର ରହିଛନ୍ତି।

Share