ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ଗର୍ଲ ଭାବେ ପରିଚିତ। ନିକଟରେ ଅଭିନେତ୍ରୀଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଧଳା ଶାଢ଼ି ପିନ୍ଧ ବେଶ୍‌ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ସରଳ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଲାଇଭ ଇଭେଣ୍ଟରେ ସେ କ୍ୟାମେରା ପାଇଁ ପୋଜ ଦେଉଥିବା ସମୟରେ ହଠାତ୍‌ ତାଙ୍କ କାନ ଝୁମୁକା ଖସି ପଡ଼ିଥିଲା। ତଥାପି ମୃଣାଲ ଭୟଭୀତ ନ ହୋଇ ହସି ହସି ପରିସ୍ଥିତିକୁ ସମ୍ଭାଳିଥିଲେ। ତଳୁ କାନଫୁଲ ଉଠାଇ ନିଜେ ପିନ୍ଧିଥିଲେ ଏବଂ ଫଟୋ ପାଇଁ ପୋଜ ଦେଇଥିଲେ। ପ୍ରଶଂସକମାନେ ତାଙ୍କ ଆଚରଣକୁ ପ୍ରଶଂସା କରୁଛନ୍ତି।

ମୃଣାଲ ଆଜିକାଲି ତାଙ୍କ ଫିଲ୍ମ ‘ଦୋ ଦିୱାନେ ଶହେର ମେଁ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ସ୍କ୍ରିନ ଶେୟାର କରିଛନ୍ତି। ଏହି ରୋମାଣ୍ଟିକ ଫିଲ୍ମଟି ଫେବୃଆରୀ ୨୦ରେ ସିନେମା ହଲରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକ ପ୍ରଶଂସା କରିଛନ୍ତି।

 

Dharitri – Odisha’s No.1 Odia Daily

 

Share