ପରଲୋକରେ ଏମ୍‌ପି ପ୍ରତିନିଧିଙ୍କ ମା’, ଶେଷ ଦର୍ଶନ କଲେ ଏମ୍‌ପି ଅନନ୍ତ ନାୟକ, ଅଞ୍ଚଳରେ ଶୋକର ଛାୟା

ପାଟଣା,୩।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମର ଧର୍ମ ପରାୟଣ ତଥା ପରୋପକାରୀ ମହିଳା କୌଶଲ୍ୟା ପଲେଇଙ୍କ ସୋମବାର ବିଳମ୍ବିତ ରରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏକ ମାସ ହେବ ସେ ଚିକିତ୍ସାଧୀନ ଥିଲେ। ସେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇଙ୍କ ମା’ । ତଣ୍ଡ ବୈତରଣୀ ନଦୀ ବୋଟ ଘାଟରେ ମଙ୍ଗଳବାର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ସ୍ବାମୀ ପ୍ରଫୁଲ୍ଲ ପଲେଇ ମୁଖାଗ୍ନୀ ଦେଇଥିଲେ।

କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପୂର୍ବତନ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ଗୌତମ ନାଏକ, ଡୁମୁରିଆ ସରପଞ୍ଚ ଗୌର ହରି ନାଏକ,ଏମପିଙ୍କ ଘଟଗାଁ ବ୍ଲକ ପ୍ରତିନିଧି ଅଖିଳ ପାତ୍ର,ଚେମେଣା ସମିତି ସଭ୍ୟ ମନୋଜ ମହାନ୍ତ, କେନ୍ଦେଇ ପୋଷି ଭାଜପା ମଣ୍ଡଳ ସଭାପତି ଜୁଲିଅସ ସିଂ, ପୂର୍ବତନ ପାଟଣା ଭାଜପା ମଣ୍ଡଳ ସଭାପତି ରମେଶ ମହାନ୍ତ ପ୍ରମୁଖ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା ଭାଜପା ସଭାପତି ରାଧା କାନ୍ତ ମହାନ୍ତ, ଶିଳ୍ପପତି ବିବେକାନନ୍ଦ ଦାଶ,ଖିରେଇଟାଙ୍ଗିରି ପୂର୍ବତନ ସରପଞ୍ଚ ବନୋଜ ନାଏକ, ବରିଷ୍ଠ ଖବରଦାତା ମହେଶ୍ୱର ପୃଷ୍ଟି, ସନ୍ତୋଷ କୁମାର ପତି, ନୃସିଂହ ନାଥ ସିଂହ, କିଶୋର ଚନ୍ଦ୍ର ମହାନ୍ତ, ବିଜୟ ରତ୍ନ ପତି, କଳ୍ପତରୁ କର,ରଞ୍ଜନ କୁମାର ବାରିକ, କଂଗ୍ରେସ ଏମପି ପ୍ରାର୍ଥୀ ଈଂ ବିନୋଦ ବିହାରୀ ନାଏକ, ବରିଷ୍ଠ ଆଇନଜୀବୀ ରାହାସ ବିହାରି ପୃଷ୍ଟି, ଭାଷ୍ୟକାର ପାର୍ଥ ସାରଥୀ ବେଜ, କୃଷ୍ଣ ଚନ୍ଦ୍ର ଦାଶ,ବିଶିଷ୍ଠ ଭାଜପା ନେତା କୀର୍ତ୍ତନ ବିହାରୀ ସାହୁ, ଅମର ସିଂ,ଦୂର୍ଗା ଚରଣ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Share