ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ ବୁଧବାର ବାପିଙ୍କୁ ରାୟଗଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଏକ ଦାମୀ ମୋବାଇଲ ମିଳିଥିଲା। ମୋବାଇଲଟିକୁ ନିଜ ପାଖରେ ରଖିଥିଲେ ବାପି। କିଛି ସମୟ ପରେ ଉକ୍ତ ଫୋନ୍‌କୁ ଏକ କଲ୍‌ ଆସିଥିଲା। ବାପି ଫୋନ୍‌ କଲକୁ ରିସିଭ୍‌ କରିବା ପରେ ବ୍ୟକ୍ତି ଜଣଙ୍କ ନିଜକୁ ଦେବାଶିଷ ପତି ବୋଲି କହିବା ସହ ଫୋନ୍‌ଟି ତାଙ୍କର ବୋଲି କହିଥିଲେ। ଏହାପରେ ଦେବାଶିଷଙ୍କୁ ନିଜର ପରିଚୟପତ୍ର ଏବଂ ମୋବାଇଲ ତାଙ୍କର ହୋଇଥିବା ନେଇ ପ୍ରମାଣପତ୍ର ନେଇ ପ୍ରଶିକ୍ଷଣ ଗୃହକୁ ଆସିବାକୁ କହିଥିଲେ। ସମସ୍ତ ନଥିପତ୍ର ଦେଖିବା ପରେ ବାପି ମୋବାଇଲଟି ଦେବାଶିଷଙ୍କୁ ହସ୍ତାନ୍ତର କରିଥିଲେ। ଦେବାଶିଷ ଫୋନ୍‌ଟି ପାଇବା ପରେ ଖୁସିବ୍ୟକ୍ତ କରିବା ସହ ବାପିଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ ସମୟରେ ସେଠାରେ ଜିଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily