ବାବା ଆଖଣ୍ଡଳମଣିଙ୍କ ପୀଠରେ ଅସମ୍ଭବ ଭିଡ

ଧୂଷୁରୀ, ୨୬।୨, (ଦୀପ୍ତି ରଞ୍ଜନ ନାୟକ ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ମହା ଶିବରାତ୍ରୀ ପାଇଁ ଭକ୍ତଙ୍କର ସୁଅ ଛୁଟିଛି । ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ପୀଠରେ ରୁଣ୍ଡ ହୋଇଛନ୍ତି । ଆବାଳ ବୃଦ୍ଧ ବନିତା ନିଜର ମନସ୍କାମନା ପୂରଣ ପାଇଁ ଲମ୍ବା ଲାଇନରେ ଆସି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଭଦ୍ରକ ଜିଲାପାଳ ଦୀଲିପ କୁମାର ରାଉତରାଏ, ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀ, ଏସ.ପି. ମଡକର ସନ୍ଦୀପ ସମ୍ପତ, ଆଡସିନାଲ ଏସ.ପି. ( ଗୁଇନ୍ଦା ବିଭାଗ ) ଅଂଶୁମାନ ଦ୍ବିବେଦୀ, ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ବିଡିଓ ସଞ୍ଜୀବ କୁମାର ମହାପାତ୍ର, ଧାମନଗର ଏସ.ଡି.ପି.ଓ ତ୍ରିଲୋଚନ ସେଠୀ, ଧୂଷୁରୀ ଥାନାଧିକାରୀ ଶାନ୍ତନୁ ଜେନା ପ୍ରମୁଖ ପୀଠରେ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ ଦିଗରେ ଦୃଷ୍ଟି ରଖିଛନ୍ତି ।