ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ ଗସ୍ତ କର ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି।
ସେ ପ୍ରଥମେ ମୂଷାନାଳ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ସ୍ତୁର୍କା ଗାଁକୁ ଯାଇ ସେଠାରେ ନିଜସ୍ୱ ପାଣ୍ଠିରେ ଲାଗିଥିବା ସୋଲାର ଷ୍ଟ୍ରିଟ ଲାଇଟ ଓ ହାଇମାଷ୍ଟ ଲାଇଟ ଲୋକାର୍ପଣ କରିଥିଲେ। ସେହିପରି ଦୁର୍ଗମ ତୁର୍କା ଗାଁକୁ ପକ୍କା ରାସ୍ତା ନିର୍ମାଣର ତଦାରଖ କରିଥିଲେ।
ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଅବହେଳିତ ତୁର୍କା ଗାଁର ଚାରିଜଣ ଝିଅଙ୍କୁ ଏମ୍ପି ନିଜସ୍ୱ ଖର୍ଚ୍ଚରେ ପାଠ ପଢାଉଥିବା ବେଳେ ସେମାନଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଥିଲେ। ଏହାପରେ ସେ ସିନ୍ଧିପଦର ଗାଁରେ ପହଞ୍ଚିବା ପରେ ସେଠାରେ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏମ୍ପି କୁମାରଙ୍କ ସହ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଡିଓ ଶଶାଙ୍କ ପାତ୍ର, ଭଟାଙ୍ଗପଦର ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆ, ସ୍ୱଦେଶ କୁମାର, ଚିନ୍ମୟ ମିଶ୍ର, ମିତ୍ରଜିତ ସିଂ, ନରେଶ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।