ପୁରୁଷୋତ୍ତମପୁର,୯।୧୦,(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ମା’ଗଜଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି। ଆଜକୁ ଦୀର୍ଘ ୫୦ ବର୍ଷ ହେଲା ଏଠାରେ ମା’ ପୂଜାପାଇ ଆସୁଛନ୍ତି। କିଛିବର୍ଷ ହେଲା ଏଠାରେ ଚାନ୍ଦିମେଢ ହୋଇ ରୂପାର ଅଳଙ୍କାର ବିଭୂସିତା ହୋଇଆସୁଥିବା ମା’ ଚଳିତ ବର୍ଷ ରୂପା ସାଙ୍ଗକୁ ସୁନାର ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାକୁ ନେଇ ଗୁରବାର ସନ୍ଧ୍ୟାରେ ଆସିକା ଏମପି ଅନିତା ଶୁଭଦର୍ଶନୀ ଆସି ମା’ଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ଏହାସହ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଭକ୍ତଙ୍କ ସହଯୋଗରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଦେଖି ଖୁସି ପ୍ରକଟ କରିଛନ୍ତି। ଏମପିଙ୍କ ସମେତ ଘୁମୁସର ଜିଲା ଭାଜପା ସାଧାରଣ ସଂପାଦକ ଅନିଲ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଜୟନାରାୟଣ ଦାଶ,ସୀତାରାମ ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ । ଏହିଅବସରରେ ସାହି ବାସିନ୍ଦାଙ୍କ ପକ୍ଷରୁ ଏମପିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।