୨୦ ଜଣ ପିଲାଙ୍କ ଜୀବନ ନେଇଥିବା କଫ ସିରପ ଦୁର୍ନୀତି ପରେ ବଡ଼ ଆକ୍ସନ: ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ

ନୂଆଦିଲ୍ଲୀ,୯।୧୦: ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ ଖାଇବା ପରେ କିଡନୀ ସଂକ୍ରମଣରେ ଶିଶୁଙ୍କ ମୃତ୍ୟୁ ଘଟଣାରେ ଏମପି ସ୍ବତନ୍ତ୍ର ତଦନ୍ତ ଦଳ (ଏସଆଇଟି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଫ ସିରପ ନିର୍ମାତା କଂପାନୀ ‘ଶ୍ରୀସନ ମେଡିକାଲ୍ସ’ ମାଲିକ ରଙ୍ଗନାଥନ ଗୋବିନ୍ଦନଙ୍କୁ ଅଟକ ରଖିଛି ପୋଲିସ। ଏହି କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୮ ତାରିଖ ରାତିରେ ନିଆଯାଇଥିଲା। ଗିରଫ ହେବା ପରେ, ଏମପି ଏସଆଇଟି ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମଧ୍ୟପ୍ରଦେଶ ଆଣିବ। ସଂକ୍ରମିତ କଫ ସିରପ ଖାଇବା ପରେ ଛିନ୍ଦୱାଡାରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।

ଏକ ରିପୋର୍ଟରେ, ମଧ୍ୟପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଛିନ୍ଦୱାଡାରେ ଏହି ଶିଶୁମାନଙ୍କର ମୃତ୍ୟୁ ସନ୍ଦେହଜନକ କିଡନୀ ବିଫଳତା ଯୋଗୁ ହୋଇଥିଲା, ଯାହା ବିଷାକ୍ତ ଥଣ୍ଡା-ପ୍ରତିରୋଧୀ କଫ ସିରପ ଖାଇବା ସହିତ ଜଡିତ। ଛିନ୍ଦୱାଡାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଧୀରେନ୍ଦ୍ର ସିଂହ ମଙ୍ଗଳବାର ସିରପ ଯୋଗୁଁ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ବିଷୟରେ ସୂଚନା ଶେୟାର କରିଥିଲେ।

Dharitri – The Most Trusted Odia Daily of Odisha

Share
Tags: National