ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ସମ୍ମେଳନର ଅଧ୍ୟକ୍ଷା ବବିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମେଳନରେ ମୁଖ୍ୟଅତିଥି ଭାବେ ଲୋକସଭା ଏମପି ସଙ୍ଗୀତା କୁମାରୀ ସିଂଦେଓ ଯୋଗଦାନ କରି ମାରଓ୍ବାଡି ମହିଳାମାନଙ୍କ ଏକତା ଓ ସେବା କାର୍ଯ୍ୟର ପ୍ରଶଂସା କରିଥିଲେ। ପ୍ରଦେଶ ସଚିବ ପିଙ୍କି ମୋଦି ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲାର ସଦସ୍ୟାମାନେ ଆସି ଯୋଗଦାନ କରିଥିଲେ।

 

Dharitri – Odisha’s No.1 Odia Daily