ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ ଘଟଣାସ୍ଥଳରୁ ୧୫୦ ଗାଇଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ମଧ୍ୟପ୍ରଦେଶର ଆଦିବାସୀ ବହୁଳ ମଣ୍ଡଳାରେ ଅବୈଧ ଗୋମାଂସ ବ୍ୟାପାର ବିରୋଧରେ କାର୍ଯ୍ୟାନୁଷ୍ଟାନସ୍ବରୂପ ୧୧ ଲୋକଙ୍କ ଦ୍ୱାରା ସରକାରୀ ଜମିରେ ନିର୍ମିତ ଘରକୁ ପ୍ରଶାସନ ମାଟିରେ ମିଶାଇ ଦେଇଛି। ମୈନପୁରୀରେ ଅନେକ ଗାଇକୁ ମାରିବା ପାଇଁ ଅଣାଯାଇଥିବା ସୂଚନା ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ ଏସ୍‌ପି ରଜତ ସକଲେଚା କହିଛନ୍ତି। ତେବେ ଗାଇଗୁଡ଼ିକୁ ଗୋଶାଳା ପଠାଯାଇଛି।

Share
Tags: MP