ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ପର୍ବତ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲା ଅତାବିରା ବ୍ଲକ କୁଲିତାଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି l ଫେରିବା ବାଟରେ ବରଗଡ ଗାନ୍ଧୀଛକରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂକଳ୍ପ ପରିବାର, ନିଷ୍ଠା ପରିବାର, ଫାଇଟର୍ସ ଗ୍ରୁପର ଅଶ୍ୱିନୀ ଦର୍ଜୀ, କୋଶଲ ସଂଗ୍ରାମୀ ସୁରେନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ବରଗଡବାସୀ ଉପସ୍ଥିତ ରହି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଆଶୀର୍ବାଦଙ୍କୁ ବରଗଡର ସମଲେଇ ମନ୍ଦିର ପର୍ଯ୍ୟନ୍ତ ସମସ୍ତେ ପାଛୋଟି ନେଇଥିଲେ l ମାଁ ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଜି.ରମେଶ, ଅନନ୍ତ ସାହୁ, ଚିନ୍ମୟ ପାଣ୍ଡେ, ନୀଲେଶ ପ୍ରଧାନ, ନବୀନ ବୁଡେକ ସମେତ ଅନ୍ୟାନ୍ୟ ସଂଗଠନର ସଦସ୍ୟଗଣ ଉପସ୍ଥିତ ରହିଥିଲେ l