ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)।
ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ ନେଇ ମାଆ ଓ ପୁଅ ବଲିନ୍ଦ୍ର ଧୁରୁଆ(୪୨)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମାଆକଙ୍କୁ ମୁଥ ମାରିଥିଲେ। ଫଳରେ ମା’ ଅଚେତ ହୋଇପଡିଯାଇଥିଲେ। ତାଙ୍କୁ ହେମଗିରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ହେମଗିରି ଥାନାରେ କେଶ ନମ୍ବର ୪୧୬/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି। ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।