ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ ଘଟିଲା। ସରକାରୀ ଚାକିରି ପାଇବା ପରେ ପ୍ରେମିକ ତାଙ୍କୁ ଭୁଲିଗଲେ। ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ଏଭଳି ଏକ ଘଟଣା କର୍ନାଟକର ଦାବଣଗେରେ ଘଟିଛି।
ମହିଳାଙ୍କ ପ୍ରେମୀଙ୍କ ନାମ ନବୀନ। ସେ ହୁବଲି (Hubli) ଜିଲାର ବାସିନ୍ଦା। ନବୀନ ତିନି ବର୍ଷ ପୂର୍ବେ ଦାବଣଗେରେ ଆସିଥିଲେ ଏବଂ ଏକ ପେପର୍ ଭ୍ୟାନ ଚଳାଉଥିଲେ। ତାଙ୍କର ଓ ମହିଳାଙ୍କର ପରିଚୟ ତିନି ବର୍ଷ ପୂର୍ବେ ହୋଇଥିଲା। ପରିଚୟ ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ମହିଳା ହରପନହଲ୍ଲୀର ବାସିନ୍ଦା ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ପ୍ରେମରେ ପଡ଼ିବା ପରେ ମହିଳା ନିଜ ସ୍ବାମୀକୁ ଛାଡ଼ି ସନ୍ତାନମାନଙ୍କୁ ସହ ନବୀନ୍ଙ୍କ ପାଖକୁ ଆସିଥିଲେ। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ନବୀନଙ୍କ ସରକାରୀ ଚାକିରି ମିଳିବା ପରେ ତାଙ୍କର ବ୍ୟବହାର ପୂରାପୂରି ବଦଳିଯାଇଥିଲା। ଉଭୟଙ୍କ ମଧ୍ୟରେ କିଛି ଦିନଠାରୁ ଝଗଡ଼ା ଆରମ୍ଭ ହୋଇଥିଲା।
ବୁଧବାର ଦୁପୁରୁଠାରେ ଶାମନୂର୍ ରୋଡ ସ୍ଥିତ ଏକ ପାର୍କରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା, ଫଳରେ ପାର୍କର୍ରେ ଲୋକମାନଙ୍କର ଭିଡ଼ ଜମିଥିଲା। ନବୀନ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ସୂଚନା ମିଳିବା ପରେ ଦାବଣଗେରେ ବରଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଯାଇଥିଲା ଏବଂ ମହିଳାଙ୍କୁ ପଚରାଉଚରା କରିଥିଲା। ମହିଳା ପୋଲିସ ଆଗରେ ନବୀନଙ୍କ ଉପରେ ନିଜର ଗହଣା ଏବଂ ଟଙ୍କା ହଡ଼ପ କରିବାର ଅଭିଯୋଗ କରିଥିଲେ। ଏପରିକି ସେ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ଅପରପକ୍ଷେ ନବୀନ ନିଶାରେ ଥିବା ଯୋଗୁ ପୋଲିସ ତାଙ୍କୁ ପରେ ପଚରାଉଚରା କରିବ ବୋଲି କହିଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛଇ। ଏହି ଘଟଣା ସ୍ଥାନୀୟ ଲୋକମାନଙ୍କରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ନ୍ୟାୟ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛି। ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।