ଭାରତ-EU ମଧ୍ୟରେ ‘Mother of All Deals’, ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ ହୋଇଛି। ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି। ବର୍ତ୍ତମାନ, ୧୮ ବର୍ଷ ପରେ, ଏହି ପ୍ରୟାସ ସଫଳ ହୋଇଛି। ଏହା ୟୁରୋପୀୟ ସଂଘରୁ ଭାରତକୁ ଆସୁଥିବା ଅନେକ ସାମଗ୍ରୀକୁ ଶସ୍ତା କରିପାରିବ।
ଭାରତ-EU (ୟୁରୋପୀୟ ସଂଘ) FTA ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦg ଏହାକୁ ‘ସମସ୍ତ ଚୁକ୍ତିର ଜନନୀ’ ବା ‘Mother of All Deals’ ବୋଲି ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଚୁକ୍ତିନାମା ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରେ ସମନ୍ବୟର ଏକ ମହାନ ଉଦାହରଣ। ଏହି ଚୁକ୍ତିନାମା ବିଶ୍ୱ GDPର ପ୍ରାୟ ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ ତୃତୀୟାଂଶ ପ୍ରତିନିଧିତ୍ୱ କରେ।

ଭାରତରେ କ’ଣ ଶସ୍ତା ହେବ?
-ମର୍ସିଡିଜ, ବିଏମ୍ଡବ୍ଲୁ ଏବଂ ପୋର୍ଶେ ଭଳି ବିଳାସପୂର୍ଣ୍ଣ କାରର ମୂଲ୍ୟ ହ୍ରାସ ପାଇବ।
-୧୫,୦୦୦ ୟୁରୋ (୧୬.୩ ଲକ୍ଷ ଟଙ୍କା) ରୁ ଅଧିକ ମୂଲ୍ୟର କାରଗୁଡ଼ିକ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ହେବ।
-ବିମାନ, ଇଲେକ୍ଟ୍ରୋନିକ ଉପକରଣ, ରାସାୟନିକ ପଦାର୍ଥ, ଉନ୍ନତ ଚିକିତ୍ସା ଉପକରଣ ଏବଂ ଧାତୁ ସ୍କ୍ରାପ ମଧ୍ୟ ଶସ୍ତା ହୋଇପାରେ।
-ଭାରତୀୟ ବଜାରରେ ୟୁରୋପୀୟ ମଦର ମୂଲ୍ୟ ହ୍ରାସ ପାଇପାରେ।
-ଆଇଟି, ଇଞ୍ଜିନିୟରିଂ, ଟେଲିକମ ଏବଂ ବ୍ୟବସାୟ ଭଳି ସେବା କ୍ଷେତ୍ରରେ ଭାରତୀୟମାନେ ସୁଯୋଗ ପାଇବେ।

୫୦ ଅରବ ଡଲାରରୁ ଅଧିକ ହେବ ଟ୍ରେଡ
ଏମକେ ଗ୍ଲୋବାଲର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ FTA ଦ୍ୱାରା ୨୦୩୧ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୫୧ ବିଲିୟନ ଡଲାର (୪,୬୭,୯୨୫ କୋଟି ଟଙ୍କା) ବୃଦ୍ଧି ପାଇବାର ଆଶା କରାଯାଉଛି। ଏହା ଭାରତର ରପ୍ତାନି ମଧ୍ୟ ବୃଦ୍ଧି କରିବ।

nbsp;

Dharitri – Odisha’s No.1 Odia Daily

Share