ବାଲେଶ୍ୱର,୨୦।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଧୀନ ମଧୁଆମିଲ୍ ଛକ ନିକଟରେ ଥିବା ଏକ ଦୋକାନ ଭିତରେ ଜଣେ ୮ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ ୧୭୧/୨୫) ରୁଜୁ କରି ଅଭିଯୁକ୍ତ ବଡ଼ଖୁଆ ଅଞ୍ଚଳର ସେକ ବାବୁଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଗତ ୧୭ ତାରିଖରେ ଶିଶୁକନ୍ୟାଙ୍କ ମା’ ଦୋକାନରେ ନ ଥିବା ବେଳେ ଅଭିଯୁକ୍ତ ଜଣକ ସେଠାକୁ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାକୁ ବଳାତ୍କାର କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଇଆଇସି ବିଜୟ କୁମାର ଦାସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।