Man in prison hands of behind hold Steel cage jail bars. offender criminal locked in jail.
କେନ୍ଦୁଝର,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ରାୟରେ ଅଭିଯୁକ୍ତ ଜଗନ୍ନାଥ ମୁଣ୍ଡାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ଜହାର ଟଙ୍କା ଜରିମାନା ଓଅନାଦାୟେ ଅତିରିକ୍ତ ୧ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ରାୟ ବିବରଣୀ ଅନୁଯାୟୀ, ଘଟଗାଁ ବ୍ଲକ୍ ଖୁଡୁପୁଟୁଳି ଗ୍ରାମର ଜଗନ୍ନାଥ ମୁଣ୍ଡା ମନୋହରପୁର ଗ୍ରାମର ରୁକ୍ମଣୀ ମୁଣ୍ଡାଙ୍କୁ ବିବାହ କରିଥିଲେ। କିଛି ବର୍ଷ ହେଲା ସେମାନେ ମନୋହରପୁରରେ ରୁକ୍ମଣୀଙ୍କ ଘରେ ରହୁଥିଲେ। ତାଙ୍କର ୪ ସନ୍ତାନ ଥିବାରୁ ତାଙ୍କ ଶାଶୂ ନାଙ୍ଗି ମୁଣ୍ଡା(୫୫) ଅଧିକ ଛୁଆ କରିବାକୁ ବାରଣ କରୁଥିଲେ। ଫଳରେ ଜଗନ୍ନାଥ କିଛି ଦିନ ଅଲଗା ରହୁଥିଲା। ୩୧ଜୁଲାଇ ୨୦୧୮ ରାତିରେ ଘରକୁ ଆସି ସ୍ତ୍ରୀ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଶାଶୁ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ଗୋଇଠା ମାରିଥିଲେ। ପରେ ପାଟିରେ କନା ଦେଇ ତଣ୍ଟି ଚିପି ହତ୍ୟା କରିଥିଲା। ରୁକ୍ମଣୀଙ୍କ ଏତଲା କ୍ରମେ ଘଟଗାଁ ପୋଲିସ (ନଂ. ୧୨୧/୧୮)ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।୯ ଜଣ ସାକ୍ଷୀ, ପୋଲିସ ତଦନ୍ତ ରିପୋର୍ଟ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ସରକାରୀ ଓକିଲ ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ।