ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବର ଶେଷ ଦିନରେ ପ୍ରବଳ ଭକ୍ତଙ୍କ ଭିଡ ଜମୁଛି। ମା’ଙ୍କ ସୁନା ବେଶ ଭକ୍ତଙ୍କ ମନ ମୋହୁଛି। ପ୍ରବଳ ଭିଡ଼କୁ ଆଖି ଆଗରେ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଗାଁ ଆସି ମା’ ଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ମା’ ତାରିଣୀ ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭକ୍ତଙ୍କୁ ସେବା ଯୋଗାଇ ଦିଆଯାଉଥିବା ବେଳେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Share
Tags: Maa Tarini