ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ଜଣେ ମା’ପୁଅ ଙ୍କ ଏକାଠି ମୃତ୍ୟୁ ଘଟିବା ଖବରକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ମା’ଙ୍କ ଅବସ୍ଥା ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା(୩୫) ମଧ୍ୟ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମା’ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଉଭୟ ମୃତଦେହ ଉକ୍ତ ସ୍ଥାନରେ ହିଁ ପଡ଼ିଥିବା ସୂଚନା ମିଳିଛି ।