ବଜ୍ରପାତରେ ମା’-ଝିଅ ଗୁରୁତର

ନିରାକାରପୁର,୭।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ କପିଳେଶ୍ୱରରେ ଗୁରୁବାର ବଜ୍ରପାତ ଘଟିଛି। ବଜ୍ରପାତରେ ମା’ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସେତିକିବେଳେ ବଜ୍ରପାତ ଘଟି ବୁଲି ସାହୁ(୪୦) ଏବଂ ତାଙ୍କ ମା’ ଚାନୁ ରଣସିଂ(୬୦) ଗୁରୁତର ହୋଇପଡିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାରେ ଭତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି।