ବିଶ୍ୱର ସବୁଠାରୁ ସରୁ ବିଲ୍ଡିଂ

ୱାଶିଂଟନ୍‌: ସବୁଠାରୁ ଉଚ୍ଚା ସ୍ଥାନରେ ରହିବାକୁ ବହୁ ଲୋକ ଇଚ୍ଛା କରନ୍ତି। ସେଠାରୁ ପୂରା ସହରର ଦୃଶ୍ୟ ବହୁତ ରୋମାଞ୍ଚକ ହୋଇଥାଏ। ତେବେ ଏପରି ଏକ ଉଚ୍ଚା କୋଠା ଆମେରିକାର ମନ୍‌ହଟନ୍‌ରେ ରହିଛି। କୋଠାଟି ଉଚ୍ଚା ହେବା ସହ ଏହାର ଚଉଡା ସବୁଠାରୁ ସରୁ ମଧ୍ୟ। ଟିକେ ଜୋର୍‌ରେ ପବନ ହେଲେ ସେହି କୋଠା ଦୋହଲିବାକୁ ଲାଗିଥାଏ। ଏହା ବିଶ୍ୱର ସବୁଠାରୁ ପତଳା ଷ୍ଟେନ୍‌ୱେ ଟାୱାର ଅଟେ।

ଏହାର ଉଚ୍ଚତା ୧ ହଜାର ୪୨୮ ଫୁଟ ହୋଇଥିବାବେଳେ ଏଥିରେ ୮୪ଟି ମହଲା ରହିଛି। ଏହି ବିଲ୍ଡିଂ ୨୦୧୯ରେ ଆରମ୍ଭ ହୋଇଥିଲା। ବିଲ୍ଡିଂଟି ୨୦୨୧ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ବିଲ୍ଡିଂର ଗୋଟେ ଆପାର୍ଟମେଣ୍ଟର ଦାମ ୬୬ ମିଲିୟନ୍‌ ଡଲାର, ଯେଉଁଥିପାଇଁ ଏଥିରେ କେବଳ ଧନୀ ଏବଂ ସାହସୀ ଲୋକ ହିଁ ସମୟ କାଟିପାରିବେ।