ଥୁଆମୂଳ ରାମପୁର,୨୦/୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଗୃହଠାରେ ୫ମ ମାସିକ ପଞ୍ଚାୟତ ସମିତ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନିଏକ, ଜିଲା ପରିଷଦ ଟୁନି ଖୋସଲା, ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀ, ତହସିଲଦାର ସନାତନ ମହାରଣା, ଏଏଇ ସାଲକୋ ହେମ୍ବ୍ରମ, ଏପିଓ ଭକ୍ତ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିବିଡିଓ ବାଲେଶର ନାଏକ ବୈଠକକୁ ପରିଚାଳନା କରିଥିଲେ।
ବୈଠକରେ ଶିକ୍ଷା ବିଭାଗ ସମ୍ବନ୍ଧରେ, ମହିଳା ଓ ଶିଶୁ ବିକାଶ ଯୋଜନା ସମ୍ବନ୍ଧରେ, ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ବନ୍ଦୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ବନ୍ଦୀୟ, ବିଦ୍ୟୁତ ବିଭାଗ, କୃଷି ବିଭାଗ ବନ ବିଭାଗ, ମଧ୍ୟ ସମ୍ପଦ, ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସା ସମ୍ବନ୍ଧୀୟ, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ, ଗୃହ ନିର୍ମାଣ, ଗ୍ରାମୀଣ ଉନ୍ନୟନ ବିଭାଗ, ରାଜସ୍ବ ବିଭାଗ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ବନ୍ଧୀୟ, ଯୋଗାଣ ବିଭାଗ ସମ୍ବନ୍ଧୀୟ, ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଭଳି ଅନ୍ୟାନ୍ୟ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା କରିଥିଲେ। ଏହା ସହିତ ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକର ବିଷୟରେ ମଧ୍ୟ ପଠନ କରିଥିଲେ। ତେବେ ବୈଠକରେ ସମସ୍ତ ଲାଇନ ଡିପାଟମେଣ୍ଟର ଅଧିକାରୀ ଓ କର୍ମଚାରୀ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହି ସମସ୍ତ ବିଭାଗର ଅଧିକାରୀଙ୍କ ଉପରେ ବର୍ଷିଥିଲେ।
ଜନ ପ୍ରତିନିଧିଙ୍କ କହିବା ଅନୁସାରେ, ବିଭିନ୍ନ ବିଭାଗରେ ସରକାରଙ୍କ କାର୍ଯ୍ୟ ସବୁ ସଠିକ ଭାବରେ ହେଉ ନ ଥିବା ସହ ଅନେକ ସମୟ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ସହ ବିବେଶ କରି ସ୍ବାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଅବହେଳା, ଶିକ୍ଷକମାନଙ୍କ କାର୍ଯ୍ୟରେ ଅବହେଳା, ପାଣି ସମସ୍ୟା, ସମେତ ସିଙ୍ଗାରି ଘାଟି ରାସ୍ତାର ନିର୍ମାଣ, ବିଭିନ୍ନ ଅଞ୍ଚଳରେ ନେଟୱର୍କ ସ୍ଥାପନ ଏବଂ ବ୍ଲକ ମୁଖ୍ୟାଳୟରେ କୌଣସି ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ନ ଥିବା ଉପରେ ଗର୍ଜନ କରିଥିଲେ। ସମସ୍ତ ସରପଞ୍ଚ ଏବଂ ସମିତି ସେମାନଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ଯୋଦି ଆଗାମୀ ବୈଠକ ସୁଦ୍ଧା ପୂରୁଣା ନ ହୁଏ ତେବେ ଆମେ ପୂର୍ବ ବୈଠକ କରିଦେବୁ ନାହିଁ ବୋଲି ହୋହଲ୍ଲା କରିଥିଲେ l