ବାତ୍ୟା ‘ମୋନ୍ଥା’ ଯିବା ପରେ ମଶା ଉପଦ୍ରବ ବୃଦ୍ଧି: ଚିନ୍ତାରେ ଜନସାଧାରଣ, ମ୍ୟାଲେରିଆ ହେବା ଆଶଙ୍କା…

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ ): ବାତ୍ୟା “ମୋନ୍ଥା”ର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ୨ ଦିନ ଧରି ବର୍ଷା ଲାଗି ରହିଥିଲା। ବୁଧବାର ବର୍ଷା ଛାଡିବା ପରେ ଅପରାହ୍ନଠାରୁ ମଶା ବୃଦ୍ଧି ପାଇଛି। ବଜାର, ଛକ, ଡ୍ରେନ ରହିଥିବା ସ୍ଥାନ ଗୁଡିକରେ ମଶା କାମୁଡ଼ିବା ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ତେବେ ଦାରିଙ୍ଗବାଡି ସମେତ ବିଭିନ୍ନ ଗ୍ରାମରେ ଏବେ ମଧ୍ୟ ବର୍ଷା ଜଳ ଜମିବା ଓ ଅଳିଆ ଗଦା ହୋଇ ରହିଥିବା ଯୋଗୁ ସେଠାରେ ପୁର୍ତ୍ତିମୟ ଗନ୍ଧ ସୃଷ୍ଟି ହେବାସହ ମଶା ବଂଶ ବୃଦ୍ଧି ପାଇଛି। ତେବେ କେଉଁ ପ୍ରକାରର ମଶାବଂଶ ବୃଦ୍ଧି ପାଇଛି ତାହା ଜଣାପଡି ନ ଥିଲେ ମଧ୍ୟ ମଶା ଯୋଗୁ ମ୍ୟାଲେରିଆ ଜ୍ୱର ହେବା ଆଶଙ୍କାରେ ଲୋକ ଭୟଭୀତ ହେଉଛନ୍ତି। ଘରେ ହେଉ କି ବାହାରେ ହଠାତ ମଶା ବୃଦ୍ଧି ଯୋଗୁ ଲୋକଙ୍କ ଚିନ୍ତା ବଢିଛି।