Eoin Morgan captain of Kolkata Knight Riders with Kamlesh Nagarkoti of Kolkata Knight Riders during match 15 of the Vivo Indian Premier League 2021 between the Kolkata Knight Riders and the Chennai Super Kings held at the Wankhede Stadium Mumbai on the 21st April 2021. Photo by Deepak Malik/ Sportzpics for IPL
ମୁମ୍ବାଇ, ୨୨ା୪ (ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଆଇପିଏଲ୍ ମ୍ୟାଚ ବେଳେ ଏକ ସ୍ଲୋ ଓଭର ରେଟ୍ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ବୁଧବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚରେ ଫାଫ୍ ଡୁ’ପ୍ଲେସି ଚମତ୍କାର ୯୫ରନ କରି ଅପରାଜିତ ରହିଥିବାବେଳ ଦୀପକ ଚହରଙ୍କ ୪ ଉଇକେଟ ସଫଳତା ଯୋଗୁ କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ସିଏସ୍କେ ୧୮ରନରେ ବିଜୟ ଲାଭ କରିଥିଲା। ଏହି ହାଇସ୍କୋରିଂ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ବିନିମୟରେ ୨୨୦ ରନ କରିଥିଲା। ଜବାବରେ କେକେଆର ୨୦୨ ରନ କରିବାରେ ସମର୍ଥ ହୋଇଥିଲା। ଆଇପିଏଲ୍ ଆଚରଣ ସଂହିତା ଅଧୀନରେ କେକେଆର ବିପକ୍ଷରେ ଏହା ଥିଲା ପ୍ରଥମ ସ୍ଲୋ ଓଭର ରେଟ୍ ଅଭିଯୋଗ। ପ୍ରଥମ ଅପରାଧ ହୋଇଥିବାରୁ ଦଳର ଅଧିନାୟକ ଭାବେ ମୋର୍ଗାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ସିଜନରେ ସ୍ଲୋ ଓଭର ରେଟ୍ରେ ଦ୍ୱିତୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଲେ କେକେଆର୍ ଅଧିନାୟକଙ୍କୁ ଦୁଇଗୁଣା ଅର୍ଥାତ୍ ୨୪ ଲକ୍ଷ ଟଙ୍କା ଜରିମାନା କରାଯିବ। ଏହାଛଡ଼ା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମ୍ୟାଚ ଫି’ର ୨୫ ପ୍ରତିଶତ ଅବା ୬ ଲକ୍ଷ ଟଙ୍କା ଜରିମାନା ହେବ। ବୁଧବାରର ଏହି ବିଜୟ ପରେ ସିଏସ୍କେ ୪ ମ୍ୟାଚରୁ ୬ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିଲା। ଅନ୍ୟପକ୍ଷରେ କେକେଆର ୬ଷ୍ଠ ସ୍ଥାନକୁ ଖସି ଆସିଥିଲା।