କଲେଜ କର୍ମଚାରୀଙ୍କ ଦରମା ବନ୍ଦ:ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

କଟକ,୨୩।୭: କଟକ ଜିଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ରିପୋର୍ଟ ଦାଖଲ କରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଜିଲାର ୨୧୦ଟି କଲେଜଙ୍କୁ ICC ରିପୋର୍ଟ ମାଗିଥିଲା ଜିଲା ପ୍ରଶାସନ ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା। ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇ ନ ଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ରିପୋର୍ଟ ଦେଇନ ଥିବାରୁ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ICC ରିପୋର୍ଟ ନ ଦେଲେ ଅଧ୍ୟକ୍ଷ ନିଲମ୍ବିତ ହେବେ।

Share