ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ କିଲୋ ରୁପା ଦାମ୍‌ରେ ମଧ୍ୟ ୨ ହଜାରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ଭାରତୀୟ ବଜାରରେ ଆଜି ଜାରି ହୋଇଥିବା ସୁନା-ରୁପାର ନୂଆ ଦର ଅନୁସାରେ ୯୯୯ ପିୟ୍ୟୁରିଟି ଥିବା ୧୦ ଗ୍ରାମ ସୁନା ଦାମ ୫୧,୪୧୯ ଟଙ୍କାରେ ପହଞ୍ଚିଛି। ସେହିପରି ଏକ କିଲୋ ରୁପା ଦାମ ବୃଦ୍ଧି ପାଇ ୬୬୫୧୦ରେ ପହଞ୍ଚିଛି।
ସୂଚନା ମୁତାବକ, ପ୍ରତିଦିନ ସୁନା ଓ ରୁପା ଦାମ୍‌ରେ ପରିବର୍ତ୍ତନ ହୁଏ। କିନ୍ତୁ ଆଜି ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ଭାରତୀୟ ବଜାର ଉପରେ ପଡିଥିବା ଦେଖିବାକୁ ମିଳିଛି। ୯୯୯ ପିୟ୍ୟୁରିଟି ଥିବା ଖାଣ୍ଟି ସୁନା ଦାମ ୧୦ ଗ୍ରାମ ପିଛା ୧୩୭୦ ଟଙ୍କା ବଢିଥିବା ବେଳେ  ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୩୬୪, ୨୨ କ୍ୟାରେଟ ସୁନାରେ ୧୨୫୫, ୧୮ କ୍ୟାରେଟ ସୁନା ୧୦୭୨, ୧୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୦୧ଟଙ୍କା ବୃଦ୍ଧି ପାଇଛି। ସେପଟେ ଏକ କିଲୋଗ୍ରାମ ରୁପା ପିଛା ୨୨୯୮ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।