ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….

ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ ରାଉତଙ୍କ ସୂଚନା ମୁତାବକ, ଡାକୋଇ ଗ୍ରାମରେ ଚଢ଼ାଉ କରି ୧୦,୩୦ ଏବଂ ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ବାରି ଟୁଡୁ,ରାଣୀ ମୁର୍ମୁ ଏବଂ ଘାସିରାମ ଟୁଡୁଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ଥାନାରେ ୧୨୩,୧୨୪ ଏବଂ ୧୨୬/୨୫ରେ ତିନୋଟି ମାମଲା ରୁଜୁ ହୋଇଛି। ସେହିପରି ଶୁଭାଣ୍ଡିହ ଗ୍ରାମରେ ଚଢ଼ାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହିତ ଗଣେଶ ଟୁଡୁଙ୍କୁ ଗିରଫ କରାଯାଇଛି। ଏନେଇ ଏକ ମାମଲା(ନଂ.୧୨୫/୨୫) ରୁଜୁ ହୋଇଛି।

 

Dharitri – Odisha’s No.1, Most Trusted Odia Daily