ଜହ୍ନକୁ ଟ୍ରାଫିକ ଲାଇଟ୍‌ ଭାବି ରାସ୍ତାରେ ଅଟକିଲା କାର୍‌, ଭିଡିଓ ଦେଖିଲେ…

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟେସ୍‌ଲା କାର୍‌ ଚଲାଇ ଚର୍ଚ୍ଚାରେ ଅଛନ୍ତି। ଏହି କାର୍‌ ସ୍ବତନ୍ତ୍ର ଅଟୋ ପାଇଲଟ ମୋଡ୍‌ରେ ଚାଲିଥାଏ। ଏହାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

ଟେସ୍‌ଲା କାର୍‌ରେ ଥିବା ସେଲ୍‌ଫ-ଡ୍ରାଇଭିଂ ଫିଚର ସହାୟତାରେ ଗାଡ଼ି ଆପଣାଛାଏଁ ଚାଲିଥାଏ। ମାତ୍ର ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଜୋର୍ଡାନ ନେଲ୍‌ସନ ନାମକ ଜଣେ ବ୍ୟକ୍ତି ପ୍ରସ୍ତୁତ କରିଛନ୍ତି।

ଜୋର୍ଡାନ ନେଲ୍‌ସନ ଆମେରିକାରେ ରୁହନ୍ତି। ସେ ଦେଖିଲେ ତାଙ୍କ ସେଲ୍‌ଫ ଡ୍ରାଇଭିଂ କାର୍‌ ବାରମ୍ବାର ରାସ୍ତାରେ ଅଟକୁଛି। ନେଲ୍‌ସନ ନୋଟିସ୍‌ କଲେ କି କାର୍‌ ବାରମ୍ବାର ଜହ୍ନକୁ ୟେଲୋ ଲାଇଟ୍‌ ଭାବି ଧୀରେ ଧୀରେ ଯାଉଛି। ଏହା ପରେ ନେଲ୍‌ସନ ଏହି ପୂରା ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ।

ଜୋର୍ଡାନ ଭିଡିଓଟିକୁ ଟୁଇଟର୍‌ରେ ଶେୟାର କରିବା ସହ ଏଲନ ମସ୍କକୁ ଟ୍ୟାଗ୍‌ କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ହାୟ ଏଲନ ଜହ୍ନ କେମିତି ତୁମ ଅଟୋ ପାଇଲଟ୍‌ ସିଷ୍ଟମକୁ ଚକ୍‌ମା ଦେଉଛି ଦେଖ। ଏହା ତୁମ ଟିମ୍‌କୁ କହିବାକୁ ଚାହିଁବ।

ଅନ୍ୟପକ୍ଷରେ ଟେସ୍‌ଲା କମ୍ପାନୀ ନିକଟରେ ଘୋଷଣା କରିଥିଲା କି, ଲୋକମାନେ ଟେସ୍‌ଲା କମ୍ପାନୀ ଗାଡ଼ି କିଣି ମାସକୁ ୧୯୯ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ବୟଂ ଚାଳନା ଫିଚରକୁ ସବ୍‌ସ୍କ୍ରାଇବ୍‌ କରିପାରିବେ। କାର୍‌ କିଣିବା ସମୟରେ ଲୋକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିଲା।

ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।