୨୫ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ,୨୩ା୯: ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧ରେ କେରଳ ଛୁଇଁବା ପରେ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ପହଞ୍ଚତ୍ଥାଏ। ସେପ୍ଟେମ୍ବର ୧୭ରୁ ଏହାର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇ ଅକ୍ଟୋବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଫେରିଯାଇଥାଏ। ଆସନ୍ତା ୫ ଦିନ ଉତ୍ତରପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଭାରତର ପାଖାପାଖି ଅଞ୍ଚଳରେ କମ୍‌ ବର୍ଷା ହେବା ଆଶା କରାଯାଉଛି। ତେଣୁ ପଶ୍ଚିମ ରାଜସ୍ଥାନରୁ ସେପ୍ଟେମ୍ବର ୨୫ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ ଲାଗି ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବା ଆଇଏମ୍‌ଡି କହିଛି। ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଲେ ବର୍ଷାଋତୁ ଅଧିକ ଲମ୍ବା ହୋଇଥାଏ। ଦୀର୍ଘଦିନ ବର୍ଷା ଋତୁ ଲାଗିରହିଲେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଉତ୍ତରପଶ୍ଚିମ ଭାରତରେ ରବି ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ। ମୌସୁମୀ ଋତୁରେ ସ୍ବାଭାବିକ ଭାବେ ୮୩୨.୪ ମିଲିିମିଟର ବର୍ଷା ହେଉଥିବାବେଳେ ଚଳିତ ଥର ଏପର୍ଯ୍ୟନ୍ତ ୭୮୦.୩ ପ୍ରତିଶତ ବୃଷ୍ଟିପାତ ହୋଇଛି।

Share