ଶଶି ଥରୁରଙ୍କୁ ଆଲିଙ୍ଗନ କଲା ମାଙ୍କଡ, ଛାତିରେ ଭରା ଦେଇ ଶୋଇବା ପରେ…

ନୂଆଦିଲ୍ଲୀ,୫ା୧୨: କଂଗ୍ରେସ ନେତା ଶଶୀ ଥରୁର ନିଜ ‘ଏକ୍ସ’ ଆକାଉଣ୍ଟରେ ୟୁଜର୍ସଙ୍କ ସହ ଏକ ଅଭୂତପୂର୍ବ ଅନୁଭୂତି ବାଣ୍ଟିଛନ୍ତି। ଥିରୁଭାନନ୍ତପୁରମ୍‌ ଏମ୍‌ପି ଥରୁ ଘର ବଗିଚାରେ ବସିଥିବାବେଳେ ଏକ ମାଙ୍କଡ଼ ଆସି ତାଙ୍କ କୋଳରେ ବସିଥିଲା। ମାଙ୍କଡ଼ ଥରୁରଙ୍କୁ ଆଲିଙ୍ଗନ କରିବା ପରେ ସେ ତାକୁ ୨ଟି କଦଳୀ ଖାଇବାକୁ ଦେଇଥିଲେ। ମାଙ୍କଡ଼ ତାଙ୍କ ଛାତିରେ ଭରାଦେଇ ଆଶ୍ରୟ ନେବା ପରେ ଶୋଇପଡ଼ିଥିଲା। ଥରୁର ଆତଙ୍କିତ ନ ହୋଇ ଶାନ୍ତିରେ ଖବରକାଗଜ ପଢ଼ିବାରେ ଲାଗିଥିଲେ। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଜଣେ ‘ଏକ୍ସ’ ୟୁଜର ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ଥରୁରଜୀ ଆପଣ ବୋଧେ ହନୁମାନଜୀଙ୍କ ଆଶୀର୍ବାଦ ପାଇଗଲେ।