ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଛି। ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋରଡ଼ାର ଋତୁ କାର୍ଜି (୨୦)।
ଋତୁ ଚେନ୍ନାଇରୁ ଆସୁଥିବା ନିଜ ଭାଇ ଭାଉଜଙ୍କୁ ଅଟୋ (ନଂ.ଓଡି ୦୭ ବିସି-୩୨୪୭)ରେ ଧରି ଆସିକା କାଳଷଣ୍ଢପୁରଠାରୁ ସୋରଡ଼ା ଯାଉଥିଲେ। ଧରାକୋଟ ତାଳପାଟଣାଠାରେ ତାଙ୍କ ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିଥିଲା। ଫଳରେ ଋତୁ ଅଟୋକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଋତୁଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।