ଅଫିସରେ ବଶି ଫାଇଲ ଚେକ୍‌ କରୁଛି ମାଙ୍କଡ଼

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ଭାଇରାଲ ହେଉଛି। ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ରହିଥାଏ । ସରକାରୀ କାର୍ଯ୍ୟାଳୟ ହେଉ କି ବେସରକାରୀ, କର୍ମଚାରୀଙ୍କ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ସବୁ ସ୍ଥାନରେ ବସ୍‌ ଅଛନ୍ତି। ସମସ୍ତଙ୍କ କାର୍ଯ୍ୟ ଉପରେ ନଜର ରଖିବା ସେମାନଙ୍କର କାମ। ମାତ୍ର ମାଙ୍କଡ଼ ଏପରି କରୁଥିବା କେବେ ଦେଖିଛନ୍ତି କି? ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏପରି ଘଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମାଙ୍କଡ଼ଟି ଫାଇଲଗୁଡ଼ିକରେ ନିଜକୁ ବ୍ୟସ୍ତ ରଖୁଛି। ଯେପରି ତାଙ୍କୁ କିଛି ବଡ଼ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସବୁଠୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି, ସେହି ସମୟରେ ଅଫିସରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ମାଙ୍କଡ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିପାଇଁ ତାଙ୍କୁ କଦଳୀ ଦିଆଯାଇଥିଲା। କିନ୍ତୁ ସେ ନିଜ କାମରେ ଏତେ ବ୍ୟସ୍ତ ଥେିଲେ ଯେ କଦଳୀକୁ ପକାଇ ଦେଉଥିଲେ। ଏହା ବାରମ୍ବାର କରୁଥିବା ଦେଖିବାକୁ ମିଳିଛି। ସାହାରନପୁର, ୟୁପିର ଏହି ଭିଡିଓଟି ଭାଇରାଲ ହେଉଛି।