ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି ନୂତନ ଜଳଛତ୍ର ଆର୍ ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ଉଦଘାଟନ କରିଥିବାବେଳେ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଜଳଛତ୍ର ଖୋଲିବା ଦାରା ବ୍ଲକ ସଦର ମହକୁମାକୁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଯୁବତୀଯୁବକଙ୍କଠାରୁ ବୃଦ୍ଧା ବୃଦ୍ଧ ଶୁଦ୍ଧ ପାନୀୟ ଜଳ ପାଇପାରିବେ। ତାହା ସହ ମୋହନା ଥାନା ଅଧିକାରୀ ଳୋକଙ୍କୁ ଏକ ସଚେତନ ବାର୍ତ୍ତା ଦେଇଥିଲେ। ଆବଶ୍ୟକ ନ ଥିଲେ ବାହରକୁ ନ ବାହାରିବା, ଯଦି ବାହାରିବା ଛତା କିମ୍ବା ମୁଣ୍ତରେ ଓଦା ଗାମୁଛା ପକାଇବା ନେଇ ସଚେତନ କରାଇଥିଲେ। ଏଭଳି ଜଳଛତ୍ର ଖୋଲିଥିବା ହେତୁ ପୋଲିସ ଓ ଜନତାଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।