ଜଙ୍ଗଲରେ ଚଳାଇଥିଲେ ବେଆଇନ କାରବାର, ଅତର୍କିତ ଚଢ଼ାଉ କରି ଅବକାରୀ ବିଭାଗ…

ମୋହନା, ୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଦେଶୀ ମହୁଲି ମଦ ଓ ପୋଚ଼ ଜବତ କରିଛି। ବୁଧବାର ଘଟଣାସ୍ଥଳରେ ପୋଚ଼ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଓ କର୍ମଚାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧୀନ କଳାମେରୀ ଓ  ପଥରଗଡ଼ ଗ୍ରାମ ନିକଟ ଜଙ୍ଗଲ ନିକଟରେ ଥିବା ଏକ ନାଳ ନିକଟରେ ଚଢ଼ାଉ କରି ୧୮୦ ଲିଟର ଦେଶୀ ମହୁଲି ମଦ ଜବତ କରିଛନ୍ତି। ଏଥିସହ ୨ ହଜାର ଲିଟର ମହୁଲ ପୋଚ଼କୁ ଜବତ କରି ଘଟଣାସ୍ଥଳରେ ନଷ୍ଟ କରିଛନ୍ତି। ଭାଟି ନିକଟରେ ରହିଥିବା ରନ୍ଧା ମଦ ସାମଗ୍ରୀ ରସହାଣ୍ଡି, ପ୍ଲାଷ୍ଟିକ ଡ୍ରମଗୁଡ଼ିକୁ ଜବତ କରିଛନ୍ତି। ଅବକାରୀ ପୋଲିସ ଆସିବା ଜାଣି  ମଦ ରାନ୍ଧୁଥିବା ମାଫିଆମାନେ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ। ଜଙ୍ଗଲ ମଧ୍ୟରେ ଲୁଚ଼ାଛପାରେ ମାଫିଆମାନେ ବେଆଇନ ମହୁଲି ମଦ ରାନ୍ଧି ଲୋକଙ୍କୁ ଚ଼ଢ଼ା ଦରରେ ବିକ୍ରୀ କରୁଥିବା ଅଞ୍ଚଳର କିଛି ମହିଳା ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଆଗକୁ ବଡ଼ ଧରଣର ଚଢ଼ାଉ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share