ମୋହନ ସରକାରଙ୍କ ବଡ଼ ଘୋଷଣା: ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା

ଭୋପାଳ,୧୯।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୀପାବଳିରୁ ପ୍ରତି ମାସରେ ଲାଡଲି ଭଉଣୀଙ୍କୁ ୧୫୦୦ ଟଙ୍କା ଦିଆଯିବ। ଲାଡଲି ବେହନା ଯୋଜନା ଅଧୀନରେ ମଧ୍ୟପ୍ରଦେଶରେ ଯୋଗ୍ୟ ମହିଳାଙ୍କୁ ୧୨୫୦ ଟଙ୍କା ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଲାଡଲି ବେହନା ଯୋଜନାର ତୃତୀୟ କିସ୍ତି ଜାରି କରିଥିଲେ। ଏହି ସମୟରେ ସେ ଘୋଷଣା କରିଥିଲେ, ଖୁବ ଶୀଘ୍ର ଏହି ଯୋଜନା ଅଧୀନରେ ମିଳୁଥିବା ରାଶି ବୃଦ୍ଧି କରାଯିବ। ଏହା ସହିତ, ସେ ରକ୍ଷାବନ୍ଧନ ଅବସରରେ ୧୨୫୦ ଟଙ୍କା ସହିତ ଅତିରିକ୍ତ ୨୫୦ ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଥିଲେ। ଅର୍ଥାତ୍‌ ଜୁଲାଇରେ ଲାଡଲି ବାହାନ ଯୋଜନାର ଯୋଗ୍ୟ ମହିଳାଙ୍କୁ ୧୫୦୦ ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜବଲପୁରରେ ମଧ୍ୟ କହିଥିଲେ, ଆମର ସରକାର ପାଞ୍ଚ ବର୍ଷ ପାଇଁ ଏବଂ ଆମେ ଲାଡଲି ବେହନା ଯୋଜନା ଅଧୀନରେ ଦିଆଯାଇଥିବା ରାଶିକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବୁ।

ସୂଚନାଯୋଗ୍ୟ ଯେ, ଏହି ଲୋକପ୍ରିୟ ଯୋଜନା ୨୦୨୩ରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କାର୍ଯ୍ୟକାଳରେ ପ୍ରଚଳନ କରାଯାଇଥିଲା। ମଧ୍ୟପ୍ରଦେଶରେ ଭାଜପା କ୍ଷମତାକୁ ଫେରିବାରେ ଲାଡଲି ବେହନା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।