Categories: Home Leftଖେଳ

ଶାମିଙ୍କ ଅଲୋଡ଼ା ରେକର୍ଡ

ଦୁବାଇ,୯ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଟୁର୍ନାମେଣ୍ଟରେ ଭାରତ ପାଇଁ ମିଳିତ ସର୍ବାଧିକ ଉଇକେଟ ନେଇଥିବା ଶାମି ନ୍ୟୁଜିଲାଣ୍ଡର ବ୍ୟାଟରଙ୍କ ବିପକ୍ଷରେ ଉଇକେଟ ନେବାରେ ସଂଘର୍ଷ କରିଥିଲେ।

ସେ ୯ ଓଭର ବୋଲିଂ କରି ୭୪ ରନ ଦେଇ ଏକ ଉଇକେଟ ହାସଲ କରିଥିଲେ। ଏଭଳି ପ୍ରଦର୍ଶନ ସହ ଶାମି ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫି ମ୍ୟାଚର ଏକ ଇନିଂସରେ ଦ୍ୱିତୀୟ ସର୍ବାଧିକ ରନ ବ୍ୟୟ କରିଛନ୍ତି।

ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ସବୁଠୁ ଅଧିକ ରନ ବ୍ୟୟ କରିବାର ଅଲୋଡ଼ା ରେକର୍ଡ ଉମେଶ ଯାଦବଙ୍କ ନାମରେ ରହିଛି। ସେ ୨୦୧୩ ସଂସ୍କରଣରେ କାର୍ଡିଫଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୭୫ ରନ ଦେଇ ୨ ଉଇକେଟ ନେଇଥିଲେ।