Categories: Homeଖେଳ

ପୁଣି ବାଦ୍‌ ପଡ଼ିଲେ ଶାମି? ଦ୍ୱିତୀୟ ଟି୨୦ ପୂର୍ବରୁ…

ନୂଆଦିଲ୍ଲୀ,୨୪।୧: ଭେଟେରାନ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର। ଆହତ ସମସ୍ୟା ଯୋଗୁ ଦୀର୍ଘ ୧୪ ମାସ ଧରି ଦଳରୁ ସେ ବାଦ୍‌ ପଡ଼ିଥିବା ବେଳେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିପାରନ୍ତି ବୋଲି କୁହାଯାଉଥିଲା। ହେଲେ ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଏବେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରୁ ମଧ୍ୟ ବାଦ୍‌ ପଡ଼ିବେ ବୋଲି କୁହାଯାଉଛି। ଏଣୁ ପୁଣିଥରେ ନୀଳ ଜର୍ସିରେ ତାଙ୍କୁ ଦେଖିବାକୁ ଅପେକ୍ଷା କରିବାକୁ ହେବ।

ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଦ୍ୱିତୀୟ ଟି୨୦ ଜାନୁଆରୀ ୨୫ରେ ଚେନ୍ନାଇରେ ଖେଳାଯିବ। ଶାମି ଏହି ମୁକାବିଲାରୁ ବାଦ୍‌ ପଡ଼ିପାରନ୍ତି। କାରଣ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି।

ତେବେ କୋଲକାତାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ପରେ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କହିଥିଲେ ଶାମି ଏବେ ସମ୍ପୂର୍ଣ୍ଣ ଫିଟ। ହେଲେ ତାଙ୍କୁ ଦଳରେ କାହିଁକି ସାମିଲ କରାଯାଇନାହିଁ ତାହା ମ୍ୟାନେଜମେଣ୍ଟର ନିଷ୍ପତ୍ତି। ଏବେ ସତ କ’ଣ ତାହା ଶାମି ନଚେତ ଚୟନକର୍ତ୍ତା କହିପାରିବେ।

ଅପରପକ୍ଷେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ଖେଳିବ। ଏଣୁ ଶାମିଙ୍କ ଉପରେ ବୋର୍ଡ କୌଣସି ଚାପ ଦେବାକୁ ଚାହୁଁ ନ ଥାଇପାରେ। ସେହିଭଳି ଚାମ୍ପିଅନ୍ସ ଟ୍ରଫିକୁ ଧ୍ୟାନରେ ରଖି ଦଳ ତାଙ୍କୁ ଅଧିକ ବିଶ୍ରାମ ଦେବାକୁ ଚାହୁଁଛି।

Share