Categories: Home Leftଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ମ୍ୟାଚରୁ ବାଦ୍‌ ପଡିପାରନ୍ତି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୮।୧: ଜାନୁଆାରୀ ୨୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ମ୍ୟାଚ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଅସୁବିଧାରେ ଥିବା ଜଣାପଡିଛି। ଷ୍ଟାର ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନୁହଁନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ସମସ୍ତ ମ୍ୟାଚରେ ମହମ୍ମଦ ଶାମି ଅଂଶଗ୍ରହଣ କରିପାରିବେ ନାହିଁ। ଶାମି ଏହି ସିରିଜର ସମସ୍ତ ମ୍ୟାଚରୁ ବାଦ୍‌ ପଡିଥିବାର ମଧ୍ୟ ସମ୍ଭାବନା ରହିଛି।

ଇନସାଇଡ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଶାମି ଫିଟ ହେବା ପାଇଁ ଅଧିକ ସମୟ ଲାଗୁଛି। ଦକ୍ଷିଣ ଆଫ୍ରିକା ଗସ୍ତରୁ ଶାମିଙ୍କୁ ବିଶ୍ରାମ ଦେବାକୁ ଦାବି କରାଯାଇଥିଲା, କିନ୍ତୁ ପରେ ସୂଚନା ସାମ୍ନାକୁ ଆସିଥିଲା ଯେ ମହମ୍ମଦ ଶାମି ଆଘାତ ସହ ଦିନିକିଆ ବିଶ୍ୱକପରେ ଭାଗ ନେଇଥିଲେ। ତେବେ ଆହତ ହୋଇଥିଲେ ମଧ୍ୟ ଶାମି ବିଶ୍ୱକପରେ ରେକର୍ଡ ସୃଷ୍ଟି କରିଥିଲେ ଏବଂ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ୍‌ ନେଇଥିଲେ।

Share