Categories: Home Leftଖେଳ

ବଢିଲା ଶାମିଙ୍କ ଅଡ଼ୁଆ: ନୋଟିସ ପଠାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୧: ମହମ୍ମଦ ଶାମି ନିକଟରେ ଭାରତୀୟ ଦଳରୁ ଡ୍ରପ୍‌ ହେବା କାରଣରୁ ଖବରରେ ରହିଆସୁଛନ୍ତି। ଏବେ, ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଶାମି ଏବଂ ତାଙ୍କ ସାନ ଭାଇ ମହମ୍ମଦ କୈଫଙ୍କୁ ସମନ କରିଛନ୍ତି। ଭାରତୀୟ ନିର୍ବାଚନ କମିଶନ (ECI) ଉଭୟ ଭାଇଙ୍କୁ ଏକ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଶୁଣାଣି ପାଇଁ ନୋଟିସ ଜାରି କରିଛନ୍ତି। କମିଶନ ଶାମି ଏବଂ କୈଫଙ୍କ ଜନଗଣନା ଫର୍ମରେ କିଛି ଅସଙ୍ଗତି ଦେଖିଛନ୍ତି। ଏହି ପ୍ରକ୍ରିୟା ଡିସେମ୍ବର ୧୬ ତାରିଖରେ ଆରମ୍ଭ ହୋଇଥିଲା।

ମହମ୍ମଦ ଶାମି ବଙ୍ଗଳା ପାଇଁ ଘରୋଇ କ୍ରିକେଟ ଖେଳନ୍ତି, କିନ୍ତୁ ମୂଳତଃ ଉତ୍ତର ପ୍ରଦେଶର ଅଟନ୍ତି କିନ୍ତୁ ଦୀର୍ଘ ସମୟ ଧରି କୋଲକାତାରେ ରହୁଛନ୍ତି। ଶାମି ଏବଂ ତାଙ୍କ ଭାଇଙ୍କୁ ଜାନୁଆରୀ ୫ ତାରିଖରେ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ବିଜୟ ହଜାରେ ଟ୍ରଫି ସୂଚୀ ଯୋଗୁ ସେମାନେ ଜାନୁଆରୀ ୫ ତାରିଖରେ SIR-ସମ୍ବନ୍ଧୀୟ ଶୁଣାଣିରେ ଯୋଗ ଦେଇପାରି ନଥିଲେ। ଶାମି ତାଙ୍କର ପୂର୍ବ ପ୍ରତିଶ୍ରୁତି ବିଷୟରେ ECIକୁ ଚିଠି ଲେଖିଥିଲେ, ଯାହା ପରେ ସେମାନଙ୍କର ଶୁଣାଣି ତାରିଖ ଜାନୁଆରୀ ୯-୧୧ ତାରିଖକୁ ପୁନଃନିର୍ଦ୍ଧାରିତ କରାଯାଇଛି।

Dharitri – The Largest & Most Trusted Odia Daily