ଏରର୍‌ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍‌

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେଭଳି ଏକ ବାର୍ତ୍ତା ଏବେ ଚର୍ଚ୍ଚାରେ। ସେଇଟି ହେଲା କ୍ରିକେଟର ମହମ୍ମଦ କୈଫ୍‌ ନିଆରା ଢ଼ଙ୍କରେ ଧୋନୀଙ୍କୁ ଶୁଭେଚ୍ଛା। ଆଉଜଣେ ଏମ୍‌ଏସ୍‌ଡି(ମହେନ୍ଦ୍ର ସିଂ ଧୋନୀ)? ଏରର୍‌ ୪୦୪, ପରବର୍ତ୍ତୀ ଏମଏସ୍‌ଡି କେବେ ହେଲେ ମିଳିବ ନାହିଁ ବୋଲି ସେ କହିଛନ୍ତି।

ତେବେ ୧୬ ବର୍ଷ ଧରି ଦର୍ଶକଙ୍କ ମନ ଜିଣି ଆସୁଛନ୍ତି ଧୋନୀ। ଏବେ ସେ କ୍ରିକେଟରୁ ସନ୍ୟାସ ନେବା ନେଇ ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ୧ ବର୍ଷ ଧରି ସେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ନାହାନ୍ତି। ଚଳିତ ବର୍ଷ ଆଇପିଏଲ୍‌ ସଂସ୍କରଣରେ ତାଙ୍କୁ ଦେଖିବାକୁ ମିଳିଥାନ୍ତା। ହେଲେ ଏବେ କୋଭିଡ-୧୯ ଯୋଗୁ ସେ ରାଞ୍ଚିରେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି।