Categories: Home Leftଖେଳ

ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡରେ ସିଗାରେଟ୍‌ ଟାଣୁଥିଲେ

ଢାକା,୬।୨: ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି ଆଫଗାନିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ଶେହଜାଦ। ଫିଲ୍ଡ ଭିତରେ ପ୍ରଦର୍ଶନ ଓ ବାହାରେ ବୟାନ ଲାଗି ସର୍ବଦା ବିବାଦରେ ଘେରି ହୋଇ ରହୁଥିବା ଏହି କ୍ରିକେଟରଙ୍କୁ ଫିଲ୍ଡରେ ସିଗାରେଟ୍‌ ଟାଣିବା ମହଙ୍ଗା ପଡ଼ିଛି। ଏଥିଯୋଗୁ ଶେହଜାଦଙ୍କୁ ଭର୍ତ୍ସନା କରିଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ତାଙ୍କୁ ଅର୍ଥ ଦଣ୍ଡିତ କରାଯାଇ ନ ଥିଲେ ମଧ୍ୟ ଏକ ଡିମେରିଟ୍‌ ପଏଣ୍ଟ ଦିଆଯାଇଛି।

କୋମିଲା ଭିକ୍ଟୋରିଆନ୍ସ ଏବଂ ମିନିଷ୍ଟର ଗ୍ରୁପ ଢାକା ମଧ୍ୟରେ ଖେଳାଯିବା ଥିବା ମ୍ୟାଚ୍‌କୁ ବର୍ଷା ଯୋଗୁ ବାତିଲ କରାଯାଇଥିଲା। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଶେହଜାଦଙ୍କୁ ଗ୍ରାଉଣ୍ଡରେ ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଥିଲା। ଧୂମ୍ରପାନ ବେଳେ ତାଙ୍କ ପାଖରେ ଆଫଗାନିସ୍ତାନ ଜାତୀୟ ଦଳର ଖେଳାଳି ଫାଜାଲହକ୍‌ ଫାରୁକି ଓ କରିମ ଜନତ ଛିଡ଼ା ହୋଇଥିଲେ।

ଏ ଘଟଣା ସର୍ମ୍ପକରେ ବିସିବି ମୁଖ୍ୟ ନାଜମୁଲ ହାସନ କହିଛନ୍ତି, ଏହା ଦ୍ୱାରା ଖେଳର ନିୟମ ଭଙ୍ଗ ହୋଇଛି। ଗ୍ରାଉଣ୍ଡରେ ଧୂମ୍ରପାନ କରିବା ସମ୍ପୂର୍ଣ୍ଣ ନିଷେଧ। ଏହା ଗ୍ରହଣ ଯୋଗ୍ୟ ନୁହେଁ। ଯଦି ସେ ଏ ସମ୍ପର୍କରେ ଅବଗତ ନ ଥିଲେ, ତେବେ ତାଙ୍କୁ ମ୍ୟାଚ୍‌ ଅଫିସିଆଲ ଚେତାବନୀ ଦେବା ଉଚିତ ଥିଲା।