Categories: Home Leftଖେଳ

ଟି୨୦ ଇତିହାସରେ ରିଜଓ୍ବାନ ପ୍ରଥମ ବ୍ୟାଟର

ଦୁବାଇ,୧୧।୧୧: ଫୁଲ ଫର୍ମରେ ଥିବା ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ଟି୨୦ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ହଜାରେରୁ ଅଧିକ ରନ୍‌ କରିଛନ୍ତି। ଗୁରୁବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ସେ ଖେଳିଥିଲେ ୬୭ ରନ୍‌ର ବିସ୍ଫୋରକ ପାଳି। ଫଳରେ ଚଳିତ ବର୍ଷ ୨୦ଟି ଅନ୍ତର୍ଜାତୀୟ ଟି୨୦ ଇନିଂସ ଖେଳିଥିବା ରିଜଓ୍ବାନଙ୍କ ରନ୍‌ ସଂଖ୍ୟା ପହଞ୍ଚିଛି ୧୦୩୩ ରନ୍‌ରେ। ସେ ୮୬.୩୦ ହାରରେ ଏହି ରନ୍‌ କରିଛନ୍ତି। ଏଥିରେ ୧୦ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି।

ଅନ୍ତର୍ଜାତୀୟ ଟି୨୦ରେ ଗୋଟିଏ ବର୍ଷରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ରିଜଓ୍ବାନଙ୍କ ପଛକୁ ରହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜାମ। ବାବର ଚଳିତ ବର୍ଷ ୮୨୬ ରନ୍‌ କରିଛନ୍ତି।