ଦୁବାଇ,୧୯।୯: ଏସିଆ କପ୍ ୨୦୨୫ର ଗ୍ରୁପ୍ ବି ମ୍ୟାଚରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ କୁସାଲ୍ ମେଣ୍ଡିସ (୭୪* ରନ୍, ୫୨ ବଲ୍) ସ୍କୋର କରି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସେହିପରି କାମିନ୍ଦୁ ମେଣ୍ଡିସ (୨୬ ରନ୍, ୧୩ ବଲ୍) ମଧ୍ୟ ଅନ୍ତ୍ୟରେ ସହଯୋଗୀ ଭୂମିକା ନିର୍ବାହ କରିଥିଲେ।
କିନ୍ତୁ ଏହି ବିଜୟର ପଛରେ ଏକ ଦୁଃଖଦ ଘଟଣା ଲୁଚିଛି। ୪୦ ବର୍ଷୀୟ ଆଫଗାନ୍ ଅଲ୍ରାଉଣ୍ଡର୍ ମହମ୍ମଦ ନବୀଙ୍କ ୨୨ ବଲ୍ରେ ୬୦ ରନ୍ (୫ଟି ଛକା ସହ) ଆଫଗାନିସ୍ତାନକୁ ମ୍ୟାଚରେ ରଖିଥିଲେ, ବିଶେଷକରି ଶ୍ରୀଲଙ୍କାର ଡୁନିଥ୍ ୱେଲାଲାଗେଙ୍କ ଏକ ଓଭରରେ ୫ଟି ଛକା ମାରିଥିଲେ। ଯାହା ମ୍ୟାଚର ମୋଡ଼ ବଦଳାଇଦେଇଥିଲା। ମ୍ୟାଚର ଇନିଙ୍ଗ୍ସ୍ ବ୍ରେକ୍ ସମୟରେ ଡୁନିଥଙ୍କ ପିତା ସୁରଙ୍ଗାଙ୍କର ହୃଦ୍ରୋଗରେ ମୃତ୍ୟୁ ହୋଇଥିଲା। ମ୍ୟାଚ ସମୟରେ ଡୁନିଥଙ୍କୁ ଖବର ଦିଆଯାଇ ନଥିଲା; ଶେଷ ପରେ କୋଚ୍ ସନଥ୍ ଜୟସୂରିୟା ସାନ୍ତ୍ୱନା ଦେଉଥିଲେ।
ତେବେ ମ୍ୟାଚ ପରେ ପତ୍ରକାରମାନେ ନବୀଙ୍କୁ ଖବର ଦେବା ସମୟରେ ସେ ସ୍ତବ୍ଧ ହୋଇଯାଇଥିଲେ। “ୱେଲାଲାଗେଙ୍କ ପିତାଙ୍କ ହୃଦ୍ଘାତରେ ମୃତ୍ୟୁ, ମ୍ୟାଚର ମିଡ୍-ବ୍ରେକ୍ରେ,” ଜଣେ ପତ୍ରକାର କହିଥିଲେ। ଏହା ଶୁଣି ନାବୀଙ୍କ ମୁହଁରୁ ଶବ୍ଦ ବାହାରି ନ ଥିଲା। ସୋସିଆଲ ମିଡ଼ିଆ Xରେ ସେ ଲେଖିଛନ୍ତି, “ଡୁନିଥ ୱେଲାଲାଗେ ଓ ତାଙ୍କ ପରିବାରଙ୍କୁ ପିତାଙ୍କ ଦେହାନ୍ତ ପାଇଁ ସମବେଦନା ଜଣାଉଛି। ମଜବୁତ ରହ, ଭାଇ।”