ଆମେରିକା ଆକ୍ରମଣ ପରେ ସାମ୍ନାକୁ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୨୨ା୬: ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍‌ରେ କଥା ହୋଇ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ଏକ ପୋଷ୍ଟ କରି ଇସ୍ରାଏଲ-ଇରାନକୁ ଉତ୍ତେଜନା ହ୍ରାସ କରିବା ଏବଂ ପାରସ୍ପରିକ ଆଲୋଚନା କରିବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ତୁରନ୍ତ ଉତ୍ତେଜନା ହ୍ରାସ କରିବା ସହ କୂଟନୀତି ମାଧ୍ୟମରେ ସମାଧାନ କରିବା ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ବିଶ୍ୱାସ କରେ ଯେ, ଆଲୋଚନା ଏବଂ କୂଟନୀତି ହେଉଛି ଯେକୌଣସି ସଙ୍କଟର ସମାଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସୁଦ ପେଜେଶକିୟାନଙ୍କ ସହ କଥାବାର୍ତ୍ତା ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ବୋମାମାଡ଼ କରିଛି। ଯାହାକୁ ନେଇ ଏବେ ସାରା ବିଶ୍ୱର ନଜର ଏହି ଘଟଣା ପ୍ରତି ରହିଛି।

Share