୧୬ରେ ଡିବିୟୁର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୦: ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୬ ଅକ୍ଟୋବର) ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍‌ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି। ଏ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ(ଭିସି) ରେ ଦେଶବାସୀଙ୍କୁ ସମ୍ବୋଧନ ମଧ୍ୟ କରିବେ। ଉଲ୍ଲେଖଯୋଗ୍ୟ, ୨୦୨୨-୨୩ ବାର୍ଷିକ ବଜେଟରେ ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲାରେ ୭୫ଟି ଡିବିୟୁ ସ୍ଥାପନା ନିମନ୍ତେ ଘୋଷଣା କରାଯାଇଥିଲା।

Share