ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ଅନାବରଣ କଲେ ମୋଦି

ନୂଆଦିଲ୍ଲୀ,୨୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦକ୍ଷିଣ ଗୋଆର ଶ୍ରୀସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଭଗବାନ ରାମଙ୍କର ୭୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ମୂର୍ତ୍ତିକୁ ଅନାବରଣ କରିଛନ୍ତି। ମଠ ପରିସରରେ ଥିବା ମନ୍ଦିରକୁ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଡିଜାଇନ୍‌ କରିଥିବା ଶିଳ୍ପୀ ରାମ ସୁତାର ଶ୍ରୀରାମଙ୍କ ଉକ୍ତ ମୂର୍ତ୍ତିର ମଧ୍ୟ ଡିଜାଇନ୍‌ କରିଛନ୍ତି। ଏହା ଭଗବାନ୍‌ ରାମଙ୍କର ସର୍ବୋଚ୍ଚ ମୂର୍ତ୍ତି। ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠ ଭାରତର ଅନ୍ୟତମ ପୁରାତନ ମଠ ଯାହା ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ସାମାଜିକ ଅବଦାନ ପାଇଁ ଜଣାଶୁଣା ଏବଂ ସାରସ୍ବତ ସମ୍ପ୍ରଦାୟ ମଧ୍ୟରେ ପ୍ରମୁଖ ସ୍ଥାନ।

Dharitri – The Largest & Most Trusted Odia Daily

Share
Tags: National