ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୨।୧୦: ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ଏକ ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ରାଜମାତାଙ୍କ ଶହେତମ ଜନ୍ମ ବାର୍ଷିକୀ ଅବସରରେ ଏହାକୁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ତିଆରି କରାଯାଇଛି। ଏହି କଏନ୍‌ ଗୋଟିଏ ପଟେ ୧୦୦ ଟଙ୍କା ଏବଂ ଭାରତ ଖୋଦିତ ହୋଇଥିବାବେଳେ ଅନ୍ୟ ପାର୍ଶ୍ୱରେ ରାଜମାତା ବିଜୟା ରାଜେଙ୍କ ପ୍ରତିଛବି ଏବଂ ୨୦୧୦ରୁ ୨୦୧୯ ଖୋଦିତ ହୋଇଛି। ଏହା ସହିତ ଶ୍ରୀମତୀ ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ବୋଲି ମଧ୍ୟ ଖୋଦିତ ହୋଇଛି। ରାଜମାତା ଲୋକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଗରିବଙ୍କ ପାଇଁ ରାଜମାତାଙ୍କ କାର୍ଯ୍ୟ ଦେଶ ସର୍ବଦା ମନେ ରଖିବ ବୋଲି ମୋଦି କହିଛନ୍ତି।