ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇଲେ ମୋଦି, ଜାଣନ୍ତୁ କେତେ ଆଗରେ ନେହେରୁ…

ନୂଆଦିଲ୍ଲୀ,୨୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଉ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ମୋଦି ସବୁଠାରୁ ଅଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଦ୍ୱିତୀୟ ନେତା ହେବାକୁ ଯାଉଛନ୍ତି। ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୪ ହଜାର ୭୮ ଦିନ ପୂରଣ କରିଛନ୍ତି। ଏହା ସହିତ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ମୋଦି ଶୁକ୍ରବାର ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଦ୍ୱିତୀୟ ନେତା ହେବେ। ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟାଳୟରେ ୪,୦୭୮ ଦିନ ପୂରଣ କରିବାକୁ ଯାଉଛନ୍ତି। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ୪,୦୭୭ ଦିନ ପୂରଣ କରିଥିଲେ। ସେ ୨୪ ଜାନୁଆରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଲଗାତାର ୪,୦୭୭ ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ ଦଳକୁ ୩ଟି ଲୋକ ସଭା ନିର୍ବାଚନରେ ବିଜୟୀ କରାଇଥିଲେ। ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୬,୧୩୦ ଦିନ ପାଇଁ ଦେଶ ସେବା କରିଥିବାରୁ ସେ ଦଳକୁ ଲଗାତର ୩ ଥର ବିଜୟୀ କରିବାର ରେକର୍ଡ ପୂର୍ବରୁ ରଖିଛନ୍ତି। ସେ ୧୫ ଅଗଷ୍ଟ ୧୯୪୭ରୁ ୨୭ ମେ’ ୧୯୬୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ଯାହାଙ୍କ କାର୍ଯ୍ୟକାଳ ୧୬ ବର୍ଷ ୯ ମାସ ୧୨ ଦିନ ଥିଲା, କିନ୍ତୁ ନରେନ୍ଦ୍ର ମୋଦି ଜବାହରଲାଲ ନେହେରୁଙ୍କ ସମକକ୍ଷ ହୋଇଛନ୍ତି। ସେ ତାଙ୍କ ଦଳକୁ ଲଗାତର ୩ଟି ଲୋକ ସଭା ନିର୍ବାଚନରେ ବିଜୟୀ କରାଇଛନ୍ତି।

ଗୁଜରାଟରେ ଜନ୍ମିତ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇ ଏବେ ବି ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ସେ ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଅଧିକାରୀଙ୍କ ଅନୁସାରେ, ସେ ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ପ୍ରଥମ ଏବଂ ଏକମାତ୍ର ଅଣ-କଂଗ୍ରେସ ନେତା।

ମୋଦି ଭାରତର ଏକମାତ୍ର ନେତା ଯିଏ ସମାନ ଦଳର ପ୍ରତିନିଧି ଭାବରେ ଲଗାତର ଛଅଟି ପ୍ରମୁଖ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ୨୦୦୨, ୨୦୦୭ ଏବଂ ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନରେ ଏବଂ ତା’ପରେ ୨୦୧୪, ୨୦୧୯ ଏବଂ ୨୦୨୪ ମସିହାରେ ଦେଶବ୍ୟାପୀ ସାଧାରଣ ନିର୍ବାଚନରେ ରେକର୍ଡ କରିଛନ୍ତି।

Share