କୁଏତରେ ଶ୍ରମିକଙ୍କ ସହ ଓଡ଼ିଆରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୨ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ସେଠାରେ ଭାରତୀୟ ତଥା ଓଡ଼ିଆ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । କ୍ୟାମ୍ପରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କ ସହ ଓଡ଼ିଆରେ ମୋଦି କଥା ହୋଇଛନ୍ତି। ଯୁବକଙ୍କୁ ଜୟ ଜଗନ୍ନାଥ କହିବା ସହ ଧନ୍ୟବାଦ କହିଥିଲେ। ଏଥିସହିତ ମୋଦି କହିଛନ୍ତି, ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଏବଂ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ ବୋଲି ମୋଦି କହିଛନ୍ତି।

Share
Tags: pm modi