Categories: HomeHome Left

ସେପ୍ଟେମ୍ବରରେ ୟୁଏନ୍‌ଜିଏ ଅଧିବେଶନ ପାଇଁ ଆମେରିକା ଯାଇପାରନ୍ତି ମୋଦି

ନୂଆଦିଲ୍ଲୀ, ୧୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବରରେ ଆମେରିକା ଯାଇପାରନ୍ତି ବୋଲି ବୁଧବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଅବସରରେ ସେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଦନ କରିପାରନ୍ତି। ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ବକ୍ତାଙ୍କ ଏକ ଅନ୍ତରୀଣ ସୂଚୀରୁ ଏହା ସାମ୍‌ନାକୁ ଆସିଛି। ୟୁଏନ୍‌ଜିଏର ୮୦ତମ ଅଧିବେଶନ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର ୨୩ରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଅଧିବେଶନକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।