ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍‌ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଅଦୂରଦର୍ଶୀ ଆର୍ଥିକ ନୀତି ଯୋଗୁ ଦେଶରେ ଅର୍ଥନୀତି ରୁଗ୍‌ଣ ହୋଇଯାଇଛି। କେନ୍ଦ୍ର ସରକାର ଆର୍ଥିକ ମୋର୍ଚ୍ଚାରେ ଅସଫଳ ରହିଥିବା ସ୍ବାମୀ କହିଛନ୍ତି। କିଛି ଦିନ ତଳେ ସ୍ବାମୀ ମୋଦି ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଦ୍ୱାରା ଦେଶର ଅର୍ଥନୀତି ଆଗେଇ ଚାଲିଥିବା ବେଳେ ମୋଦି ସରକାର ଏହାକୁ ସମ୍ପୂର୍ଣ୍ଣ ଖରାପ ସ୍ଥିତିକୁ ନେଇ ଆସିଛନ୍ତି। ଟିକାକରଣ ଏବଂ ଭାରତ ଚାଇନା ସୀମା ବିବାଦ ନେଇ ସ୍ବାମୀ ପୂର୍ବରୁ ମୋଦି ସରକାରଙ୍କୁ ଟାର୍ଗେଟ ମଧ୍ୟ କରିସାରିଛନ୍ତି।